ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ଟି-୨୦ ବିଶ୍ୱକପ୍: ଶ୍ରୀଲଙ୍କାକୁ ୬୧ ରନ୍‌ରେ ହରାଇଲା ନ୍ୟୁଜିଲ୍ୟାଣ୍ଡ, ରଚିନ୍ ରବିନ୍ଦ୍ରଙ୍କ ଦମଦାର ପ୍ରଦର୍ଶନ

ଟି-୨୦ ବିଶ୍ୱକପ୍‌ର ଏକ ସୁପର୍-୮ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬୧ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲ୍ୟାଣ୍ଡ। ଆର୍. ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ସାଣ୍ଟନର୍ ସର୍ବାଧିକ ୪୭ ରନ୍ ଓ ରଚିନ୍ ରବିନ୍ଦ୍ର ୩୨ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମହୀଶ ଥିକ୍ଷଣା ଓ ଦୁଷ୍ମନ୍ତ ଚାମିରା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ୨୦ ଓଭରରେ ୮ ୱିକେଟ୍ ବିନିମୟରେ କେବଳ ୧୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ କାମିନ୍ଦୁ ମେଣ୍ଡିସ୍ ସର୍ବାଧିକ ୩୧ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ଖେଳାଳି ରଚିନ୍ ରବିନ୍ଦ୍ର ଚମତ୍କାର ବୋଲିଂ କରି ମାତ୍ର ୨୭ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ପାଇଁ ରଚିନ୍ ରବିନ୍ଦ୍ରଙ୍କୁ ‘ପ୍ଲେୟାର୍ ଅଫ୍ ଦି ମ୍ୟାଚ୍’ ବିବେଚିତ କରାଯାଇଛି।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *