ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Business

ରାଜସ୍ୱ କମିଲେ ମଧ୍ୟ ଏଆଇ ବ୍ୟବହାର କର: କର୍ମଚାରୀଙ୍କୁ ଟିସିଏସର ପରାମର୍ଶ

ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସେସ୍ ନିଜ କର୍ମଚାରୀମାନଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ଉତ୍ସାହିତ କରିଛି। ଟିସିଏସ ସିଇଓ କେ. କୃତିବାସନ କହିଛନ୍ତି ଯେ, କମ୍ପାନୀର ଆୟ ବା ରାଜସ୍ୱ କମିଲେ ମଧ୍ୟ କର୍ମଚାରୀମାନେ ଏଆଇ ବ୍ୟବହାର କରି ଗ୍ରାହକମାନଙ୍କୁ ଶୀଘ୍ର, ଉନ୍ନତ ଏବଂ କମ୍ ଖର୍ଚ୍ଚରେ ସେବା ପ୍ରଦାନ କରିବା ଉଚିତ୍। ମୁମ୍ବାଇରେ ନାସକମ୍ ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ଏଆଇ ଦ୍ୱାରା ଚାକିରି ହରାଇବାର କୌଣସି ଭୟ ନାହିଁ, ବରଂ ଏହା ବ୍ୟବହାର କରିବା ଦ୍ୱାରା ଅଧିକ ସୁଯୋଗ ସୃଷ୍ଟି ହେବ। ଅନ୍ୟତମ ଆଇଟି କମ୍ପାନୀ ୱିପ୍ରୋ ମଧ୍ୟ ବିଶ୍ୱାସ କରେ ଯେ ଏଆଇ ଯୋଗୁଁ ଆଗକୁ ନୂତନ ନିଯୁକ୍ତି ସୃଷ୍ଟି ହେବ। ସୂଚନାଯୋଗ୍ୟ ଯେ, ଏଆଇ ଯୋଗୁଁ ଆଇଟି ସେକ୍ଟରର ପାରମ୍ପରିକ ମଡେଲ ପ୍ରଭାବିତ ହେବାର ଆଶଙ୍କାରେ ନିବେଶକମାନେ ଚିନ୍ତିତ ଅଛନ୍ତି। ଫଳସ୍ୱରୂପ ଚଳିତ ମାସରେ ଆଇଟି କ୍ଷେତ୍ରର ବ୍ୟାପକ କ୍ଷତି ହୋଇଛି ଏବଂ ନିଫ୍ଟି ଆଇଟି ଇଣ୍ଡେକ୍ସ ୨୧% ଖସିଯାଇଛି, ଯାହାକି ଗତ ୨୩ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *