ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

କ୍ୟାରିୟରର ପ୍ରଥମ ଏଟିପି ମାଷ୍ଟର୍ସ-୧୦୦୦ ସେମିରେ ଭାମ୍ବ୍ରୀ

ଭାରତର ତାରକା ଟେନିସ ଖେଳାଳି ୟୁକି ଭାମ୍ବ୍ରୀ କାଲିଫୋର୍ନିଆରେ ଚାଲିଥିବା ଇଣ୍ଡିଆନ୍ ୱେଲ୍ସ ଓପନ୍ର ପୁରୁଷ ଡବଲ୍ସ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ସ୍ୱିଡେନର ଆନେ୍ଦ୍ର ଗାରାନସନଙ୍କୁ ସାଥୀ କରି ଖେଳୁଥିବା ଭାମ୍ବ୍ରୀ କ୍ୱାର୍ଟରରେ ୬-୩, ୭-୬ ସେଟରେ ଅଷ୍ଟ୍ରିଆ-ଇଟାଲିଆନ ଯୋଡ଼ି ଆଲେକ୍ସଜାଣ୍ଡର ଏରଲର୍ ଓ ଆନ୍ଦ୍ରିଆ ଭାଭାସୋରିଙ୍କୁ ପରାସ୍ତ କରିଥିଲେ । ଏଥିସହ ଭାମ୍ବ୍ରୀ ତାଙ୍କ କ୍ୟାରିୟରର ପ୍ରଥମ ଏଟିପି ମାଷ୍ଟର୍ସ-୧୦୦୦ ଲେଭଲ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିପୂର୍ବରୁ ଭାମ୍ବ୍ରୀ ମାଷ୍ଟର୍ସ-୧୦୦୦ ପ୍ରତିଯୋଗିତାରେ ଦୁଇଥର କ୍ୱାର୍ଟର ଫାଇନାଲ ଖେଳିଥିଲେ । ଯାହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *