ଭଲ୍ ଙ୍କ ଶତକ; ମହିଳା ଦିନିକିଆ ସିରିଜ ହାରିଲା ଭାରତ
ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ଗୋଟିଏ ମ୍ୟାଚ୍ ବାକି ଥାଇ ଆଗୁଆ ଦିନିକିଆ ସିରିଜ ହାରିଯାଇଛି । ଶୁକ୍ରବାର ହୋବାର୍ଟରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ବିଜୟୀ ହୋଇଥିଲା । ଟସ୍ ଜିତି ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତୀୟ ମହିଳା ଦଳ ୫୦ ଓଭରରେ ୯ ୱିକେଟରେ ୨୫୧ ରନ କରିଥିଲା । ଅଧିନାୟିକା ହରମନପ୍ରୀତ୍ କୌର ୫୪, ପ୍ରତୀକା ରାୱଲ ୫୨, ସ୍ମୃତି ମନ୍ଧାନା ୩୧ ରନ କରିଥିଲେ । ବୋଲିଂରେ ଆଲାନ କିଙ୍ଗ, ଆନାବେଲ୍ ସଦରଲାଣ୍ଡ ଓ ଆସଲେ ଗାର୍ଡନରଙ୍କୁ ୨ଟି ଲେଖାଏ ୱିକେଟ୍ ମିଳିଥିଲା । ଜବାବରେ ଜର୍ଜିଆ ଭଲ୍ଙ୍କ ଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୩୬.୧ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଭଲ୍ ୮୨ ବଲରେ ୧୦୧ ରନ କରିଥିଲେ । ପୂର୍ବରୁ ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତିଥିବା ଅଷ୍ଟ୍ରେଲିଆ ମହିଳା ଦଳ ୨-୦ରେ ଆଗୁଆ ସିରିଜ କବଜା କରିନେଇଛି ।