ବୀର ସବରକର ପୁରସ୍କାର ଗ୍ରହଣ କରିବାକୁ ମନା କଲେ ସାଂସଦ ଶଶୀ ଥରୁର୍

Author:

କେରଳର କଂଗ୍ରେସ ସାଂସଦ ଶଶୀ ଥରୁର ଏକ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହାଇ ରେଞ୍ଜ ରୁ୍ୟରାଲ ଡେଭଲପମେଣ୍ଟ ଅଫ ସୋସାଇଟି -ଏଚଆରଆରଡିଏସ୍ ନାମକ ଏନଜିଓ ଥରୁରଙ୍କୁ ବୀର ସବରକର ପୁରସ୍କାର ପାଇଁ ମନାନୀତ କରିଥିଲା । ନୂଆଦିଲ୍ଲୀର ଏନଡିଏମସି କନଭେନସନ ହଲରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିଲା । ମୋଟ ୬ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ତେବେ ଥରୁର ଏହା ନେବାକୁ ମନା କରି କହିଛନ୍ତି, କେରଳରେ ମୁଁ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଗଣମାଧ୍ୟମରୁ ଏହି ପୁରସ୍କାର ସମ୍ପର୍କରେ ଅବଗତ ହେଲି । ସଂପୃକ୍ତ ସଂସ୍ଥା ମୋତେ ପୁରସ୍କାର ଦେବାକୁ ମନୋନୀତ କରିବା ପୂର୍ବରୁ ଅନୁମତି ନେବାର ଥିଲା । ସେମାନେ ଏହା କରି ନଥିବାରୁ ଏହି ପୁରସ୍କାର ମୁଁ ଗ୍ରହଣ କରିବି ନାହିଁ ।

Leave a Reply

Your email address will not be published. Required fields are marked *