ରାଜ୍ୟରେ ଜାରିଥିବା ଶୀତ ଲହରୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ କହିଛି । ରାତି ତାପମାତ୍ରା ୧୧ ସହରରେ ୧୦ ଡିଗ୍ରୀରୁ ତଳକୁ ଖସିଯାଇଛି । କନ୍ଧମାଳର ଜି.ଉଦୟଗିରି ଏବଂ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀକୁ ହ୍ରାସ ପାଇଛି । ଫୁଲବାଣୀେ ୬ ଡିଗ୍ରୀ, ଝାରସୁଗୁଡ଼ାରେ ୭, ବରଗଡ଼ର ଚିପିଲିମାରେ ୭.୬, ସୁନ୍ଦରଗଡ଼ର କିରେଇରେ ୮.୧, ଭବାନୀପାଟଣାରେ ୮.୮, ଦାରିଙ୍ଗିବାଡ଼ି ଓ ନବରଙ୍ଗପୁରରେ ୯ ଡିଗ୍ରୀ,ରାଉରକେଲାରେ ୯.୧, ସୁନ୍ଦରଗଡ଼ରେ ୯.୨, ଅନୁଗୁଳରେ ୯ ଏବଂ ବଲାଙ୍ଗୀରରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରେ ୧୩ ଏବଂ କଟକରେ ୧୨.୬ ଡିଗ୍ରୀ ରହିଥିଲା । ୧୨ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଏବଂ ଝାରସୁଗୁଡ଼ାରେ ଘନ କୁହୁଡ଼ି ହେବ ବୋଲି ଚେତାବନୀ ଦିଆଯାଇଛି ।