ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ପାରସ୍ୟ ଉପସାଗରରେ ମାଇନ୍ସ ବିଛାଇବାକୁ ଇରାନର ଧମକ

ଇରାନର କୌଣସି ଉପକୂଳ ଅଞ୍ଚଳ କିମ୍ବା ଦ୍ୱୀପରେ ଆକ୍ରମଣ କରାଗଲେ ପରିଣତି ଭୟବହ ହେବ ବୋଲି ଏହା ଧମକ ଦେଇଛି । ଜବାବରେ ସମଗ୍ର ପାରସ୍ୟ ଉପସାଗରରେ ମାଇନ୍ସ ବିଛାଇ ଦିଆଯିବ ବୋଲି ଇରାନ କହିଛି । ଇରାନର ନ୍ୟାସନାଲ ଡିଫେନ୍ସ କାଉନସିଲ କହିଛି, ଆକ୍ରମଣ ହେଲେ ଉପସାଗର ଅଞ୍ଚଳରେ ଥିବା ସବୁ ସାମୁଦ୍ରିକ ଜଳମାର୍ଗକୁ ଅଚଳ କରିଦିଆଯିବ । ଯାହାଫଳରେ ଏହି ଜଳମାର୍ଗରେ ଯାତାୟତ କରିବାକୁ ଥିବା ଦେଶମାନେ ଇରାନ ସହ କଥାବାର୍ତ୍ତା କରିବାକୁ ବାଧ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେବାର କିଛି ଘଣ୍ଟା ପରେ କାଉନସିଲ ଏଭଳି ଚେତାବନୀ ଦେଇଛି । ୪୮ ଘଣ୍ଟା ଭିତରେ ହୋର୍ମୁଜ ପ୍ରଣାଳୀକୁ ନ ଖୋଲିଲେ ଇରାନର ସମସ୍ତ ଶକ୍ତିକେନ୍ଦ୍ର ଓ ତୈଳ ଭଣ୍ଡାର ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ଟ୍ରମ୍ପ ଧମକ ଦେଇଥିଲେ । ତୈଳ ଉତ୍ତୋଳନ ସବୁ ଦ୍ୱୀପକୁ ଟାର୍ଗେଟ କରାଯିବ ବୋଲି କହିଥିଲେ । ଖର୍ଗ ଦ୍ୱୀପକୁ କବଜା କରିବା ଲାଗି ରଣନୀତି ପ୍ରସ୍ତୁତ କରିଥିଲେ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *