ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Business

୧୮୩୭ ପଏଣ୍ଟ ଖସିଲା ସେନସେକ୍ସ

ସେୟାର ବଜାରରେ ସୋମବାର ବଡ଼ ହ୍ରାସ ଦେଖା ଦେଇଛି। ବିଏସଇ ସେନସେକ୍ସ ୧୮୩୭ ପଏଣ୍ଟ ଅର୍ଥାତ ୨.୪୬% ହ୍ରାସ ପାଇ ୭୨,୬୯୬ ସ୍ତରରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୬୦୨ ପଏଣ୍ଟ ତଥା ୨.୬୦% ହ୍ରାସ ପାଇ ୨୨,୫୧୩ ସ୍ତରରେ ବଜାର ବନ୍ଦ ହୋଇଛି।ଏହି ସମୟରେ ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋ, ମେଟାଲ ଏବଂ ଏଫଏମସିଜି କ୍ଷେତ୍ରର ସେୟାରଗୁଡ଼ିକରେ ସବୁଠାରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି। ଏଭଳି ହ୍ରାସ ପଛରେ ତିନୋଟି ପ୍ରମୁଖ କାରଣ ରହିଛି। ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ି ବ୍ୟାରେଲ୍ ପିଛା ୧୧୪ ଡଲାରରେ ପହଞ୍ଚିଛି। ଏହା ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ସେହିପରି ଆମେରିକୀୟ ଏବଂ ଏସୀୟ ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *