୧୨ ହଜାର ଟଙ୍କା ଶସ୍ତା ହେଲା ସୁନା
ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ର ତଥ୍ୟ ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ମୂଲ୍ୟ ସୋମବାର ଦଶ ଗ୍ରାମ ପିଛା ୧୨,୦୭୭ ଟଙ୍କା ହ୍ରାସ ପାଇ ୧.୩୫ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ୪୦ ଦିନ ମଧ୍ୟରେ ସୁନା ଦରରେ ଏହା ହେଉଛି ସବୁଠାରୁ ବଡ଼ ହ୍ରାସ। ଏହା ପୂର୍ବରୁ ସୁନା ଦର ୧.୪୭ ଲକ୍ଷ ଟଙ୍କା ରହିଥିଲା। ସେହିପରି ରୁପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରୁପା କେଜି ପିଛା ମୂଲ୍ୟ ୩୦,୮୬୪ ଟଙ୍କା କମି ଏବେ ୨.୦୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ଶୁକ୍ରବାର ଏହାର ମୂଲ୍ୟ ୨.୩୨ ଲକ୍ଷ ଟଙ୍କା ଥିଲା। ମାତ୍ର ୨୪ ଦିନ ମଧ୍ୟରେ ସୁନା ୨୩,୯୫୬ ଟଙ୍କା ଏବଂ ରୁପା ୬୫,୨୦୦ ଟଙ୍କା ଶସ୍ତା ହେଲାଣି।