ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ଲକ୍ଷ୍ନୌ ପୁଲିସ ଗିରଫ କରିଛି । ଟ୍ରେନରେ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ଲକ୍ଷ୍ନୌର ତାଲକୋଟରା ପୋଲିସ ଷ୍ଟେସନର ଅଧିକାରୀ ଅମିତାଭଙ୍କ ଗିରଫ ନେଇ ତାଙ୍କ ପତ୍ନୀଙ୍କୁ ସୂଚନା ଦେଇଥିଲେ । ପୁଲିସ ସୂଚନା ଅନୁଯାୟୀ, କିଛିମାସ ପୂର୍ବେ ଦେଓରିଆରେ ଦାୟର ହୋଇଥିବା ଏକ ମାମଲା ସହ ଜଡ଼ିତ ଘଟଣାରେ ଅମିତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଅମିତାଭ ଏବେ ପୁଲିସ ହେପାଜତରେ ରହିଛନ୍ତି । ଦେଓରିଆରେ ଦାୟର ହୋଇଥିବା ଏଫଆଇଆରରେ ଠାକୁରଙ୍କ ନାମକୁ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା । ସୂଚନାଯୋଗ୍ୟ, ଅମିତାଭ ୧୯୯୨ ମସିହା ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ୨୦୨୧ରେ ଉତ୍ତର ପ୍ରଦେଶ ସରକାରଙ୍କ ଗୃହ ବିଭାଗର ସ୍କି୍ରନିଂ ସମୟରେ ସେ ଅନୁପଯୁକ୍ତ ହେବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଦିଆଯାଇଥିଲା ।