ତିରୁପତି ମନ୍ଦିରରେ ପଲିଷ୍ଟର ସାଲକୁ ସିଲକ୍ କହି ବିକ୍ରି, ୫୪ କୋଟିର ସ୍କାମ୍

Author:

ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁମାଳା ମନ୍ଦିରରେ ଲଡ଼ୁ ଦୁର୍ନୀତି ପରେ ଏବେ ଆଉ ଏକ ସ୍କାମ୍ ପଦାକୁ ଆସିଛି । ତିରୁପତି ତିରୁମାଳା ଦେବସ୍ଥାନମ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ମନ୍ଦିରରେ ଅତି କମ୍ରେ ୫୪ କୋଟି ଟଙ୍କାର ସାଲ୍ ସ୍କାମ ହୋଇଥିବା ନଜରକୁ ଆସିଛି । ମନ୍ଦିରର ଆଭ୍ୟନ୍ତରୀଣ କମିଟି ଦ୍ୱାରା ହୋଇଥିବା ତଦନ୍ତରୁ ଜଣାପଡ଼ିଛି, ୨୦୧୫ରୁ ୨୦୨୫ ମଧ୍ୟରେ ଭକ୍ତ ଓ ଠାକୁରଙ୍କୁ ଏଭଳି ଠକେଇ ହୋଇଛି । ଶତ ପ୍ରତିଶତ ପଲିଷ୍ଟର ସାଲକୁ ସିଲକ୍ ସାଲ୍ ଦର୍ଶାଇ ବିକ୍ରି କରାଯାଇଛି । ଏହାର ମୂଲ୍ୟ ମାତ୍ର ୩୫୦ ଟଙ୍କା ଥିବା ବେଳେ ୧୩ ଶହ ଟଙ୍କା ଦର୍ଶାଇ ବିଲ୍ କରାଯାଇଛି । ଏବେ କେନ୍ଦ୍ରୀୟ ଲାବୋରେଟାରୀରେ ପରୀକ୍ଷା ପରେ ଜଣାପଡ଼ିଛି ଏସବୁ ସାଲ୍ ସିଲକ୍ ନୁହେଁ କେବଳ ପଲିଷ୍ଟର । ଏବେ ଏହି ସ୍କାମର ତଦନ୍ତ ପାଇଁ ଆଣ୍ଟି କରପସନ ବୁ୍ୟରୋକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *