ଭେନେଜୁଏଲା ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା 

Author:

ଭେନେଜୁଏଲା ଉପରେ ଆମେରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଭେନେଜୁଏଲା ଉପକୂଳ କାରବିୟାନ ସାଗରରେ ଏକ ତୈଳ ଟ୍ୟାଙ୍କରକୁ ଆମେରିକା ସେନା ଗୁରୁବାର ନିଜ କବଜାକୁ ନେଇଛି । ଆମେରିକା ସେନା ଏହି ଘଟଣାର ୪୫ ସେକେଣ୍ଡର ଭିଡିଓ ଜାରି କରିଛି । ହେଲିକପ୍ଟରରେ ଆସି କମାଣ୍ଡୋମାନେ ଟ୍ୟାଙ୍କର ଉପରେ ଦଉଡ଼ି ସହାୟତାରେ ଓହ୍ଲାଉଥିବା ଭିଡିଓରେ ଦେଖାଯାଉଛି । ସେମାନେ ଟ୍ୟାଙ୍କରରେ ଥିବା ନାବିକଙ୍କୁ ଅଟକ ରଖିବା ସହ ଜାହାଜକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ଯ୍ୟାନୁଷ୍ଠାନକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏହି ଟ୍ୟାଙ୍କର ଭେନେଜୁଏଲାର ସବୁଠାରୁ ବଡ଼ ତୈଳ ଟ୍ୟାଙ୍କର । ଏହି ଟ୍ୟାଙ୍କର ସହାୟତାରେ ଭେନେଜୁଏଲା ବିଦେଶକୁ ତେଲ ପଠାଉଛି । ସେଠାରୁ ମିଳୁଥିବା ଅର୍ଥକୁ ଆତଙ୍କୀ କାର୍ଯ୍ୟରେ ବ୍ୟବହାର କରୁଛି । ଅନ୍ୟପକ୍ଷରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଆମେରିକାର ଏଭଳି କାର୍ଯ୍ୟକୁ ଡକାୟତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *